ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ


ଭୁବନେଶ୍ୱର- ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ୭୦ ବର୍ଷ ବୟସରେ କେୟାର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଗତ ମେ ମାସରେ ହୃଦଘାତରେ ଶିକାର ହୋଇ ହାଇଦ୍ରାବଦର ଏକ ଘରୋଇ ମେଡିକାଲରେ ଭର୍ତି ହୋଇଥିଲେ । ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ସେ ଓଡିଶା ଫେରିବାକୁ ଚାହିଁବାରୁ ଗତ ମାସ ୧୪ ତାରିଖରେ ତାଙ୍କୁ ହାଇଦ୍ରାବାଦରୁ ତାଙ୍କୁ ଓଡିଶା ଅଣାଯାଇଥିଲା । ଭୁବନେଶ୍ୱର ଫେରିବା ପରେ ସେ କ୍ୟାୟର ମେଡିକାଲରେ ଭର୍ତି ହୋଇଥିଲେ । ତେବେ ଗତକାଲି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ସିନେଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

eleven + 19 =