ହିନ୍ଦୀ ଦିବସ

ପ୍ରତି ବର୍ଷ 14 ସେପ୍ଟେମ୍ବରରେ ପାଳନ କରାଯାଏ ‘ ହିନ୍ଦୀ ଦିବସ’ । ୧୯୪୯ ସେପ୍ଟେମ୍ବର ଏହି ଦିନରେ , ହିନ୍ଦିକୁ ଭାରତର ରାଜ ଭାଷା ବନାଇବା ପାଇଁ ସମ୍ବିଧାନ ସଭାରେ ନିଷ୍ପତି ନିଆଯାଇଥିଲା । ଉକ୍ତ ମହତ୍ୱପୂର୍ଣ୍ଣ ନିଷ୍ପତିର ପ୍ରତିପାଦନ ତଥା ପ୍ରତି କ୍ଷେତ୍ରରେ ଏହି ଭାଷାର ସମ୍ପ୍ରସାରଣ ପାଇଁ ୧୯୫୩ ସେପ୍ଟେମ୍ବର ୧୪ ତାରିଖରେ ୱାର୍ଧାସ୍ଥିତ ‘ ରାଷ୍ଟ୍ରଭାଷା ପ୍ରଚାର ସମିତି’ ର ଅନୁରୋଧରେ ଏହି ଦିନରେ ‘ ହିନ୍ଦୀ ଦିବସ’ ପାଳନ କରାଯାଉଛି । ପୁଣି ଏହି ଦିନରେ ମଧ୍ୟ ଜନ୍ମ ହୋଇଥିଲେ , ଜବଲପୁରର ସୁପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ବ୍ୟୋହାର ରାଜେନ୍ଦ୍ର ସିଂହ ।

ହିନ୍ଦୀକୁ ଭାରତର ରାଜଭାଷା ବନାଇବା ପାଇଁ ସେ ହିଁ ପ୍ରଥମେ ଉଦ୍ୟମ କରିଥିଲେ । ୧୯୧୮ ରେ ଏଖ ହିନ୍ଦୀ ସାହିତ୍ୟ ସମ୍ମେଳନ ଅବସରରେ ଏହାକୁ ରାଷ୍ଟ୍ର ଭାଷା ବନାଇବା ପାଇଁ ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ । ସେ କହିଥିଲେ ହିନ୍ଦୀ – ଜନମାନସର ଭାଷା । ଉଲ୍ଲେଖଯୋଗ୍ୟ ଯେ, ଇଂଲିସ୍, ମାଣତଡାରିନ୍ ଓ ସ୍ପାନିସ ପରି ହିନ୍ଦୀ ବହୁଳ ଭାବେ କୁହାଯାଉଥିବା ଭାଷା । ଏହା ସତ୍ୱେ ଏହାର ଯେତିକି ପ୍ରସାର ହେବା ଦରକାର ସେତିକି ହେଉନାହିଁ । ଏହାକୁ ଠିକ୍ ରେ କହିବା , ପଢିବା ଓ ଲେଖିବା ଲୋକଙ୍କ ସଂଖ୍ୟା କମ୍ । ଏହାର ବିକାଶ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରିବା , ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

Leave A Reply

Your email address will not be published.

19 − seventeen =