ନୂଆଦିଲ୍ଲୀ: ଗୁରୁଗ୍ରାମ ସେକ୍ଟର ୩୭ରେ ଅବସ୍ଥିତ ଏକ ଘରୋଇ ମେଡିକାଲର ଅବହେଳା ଯୋଗୁ ଜଣେ ୪୪ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସୀମା ଆରୋରା । ସେ କରୋନାରେ ଆକ୍ରାନ୍ତ ଥିଲେ । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଡାକ୍ତରମାନେ ତାଙ୍କର ଯତ୍ନ ନେଉନଥିଲେ କି ତାଙ୍କୁ ଅସ୍କିଜେନ୍ ସିଲିଣ୍ଡର ଯୋଗାଇ ଦେଉନଥିଲେ । ପରିବାର ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ ଡିସଚାର୍ଜ ଦିନ ଡାକ୍ତରଖାନା ତାଙ୍କୁ ସିଲିଣ୍ଡର ଏବଂ ପରିବହନ ପାଇଁ ଅମ୍ଳଜାନ ଫିଟ୍ ଆମ୍ବୁଲାନ୍ସ ଯୋଗାଇ ନଥିଲା । ଯେଉଁଥି ପାଇଁ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଗୁରୁଗ୍ରାମ ପୋଲିସ ହସ୍ପିଟାଲ ବିରୋଧରେ ରୋଗୀ ଅବହେଳା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।