ଜ୍ୟାକ ମାଙ୍କୁ ଭାରତୀୟ କୋର୍ଟର ସମନ

ନୂଆଦିଲ୍ଲୀ: ଆଲିବାବା ଓ ଏହାର ପ୍ରତିଷ୍ଠା ଜ୍ୟାକ୍ ମାଙ୍କୁ ଭାରତୀୟ କୋର୍ଟ ସମନ ଜାରି କରିଛି । ଭାରତର ଜଣେ କର୍ମଚାରୀଙ୍କୁ ଅନୁଚିତ ଭାବେ ବିଦା କରିଥିବାରୁ ଆଲିବାବା ଓ ଜ୍ୟାକ୍ ମାଙ୍କୁ କୋର୍ଟ ସମନ କରିଛି । ଭାରତ-ଚୀନର ତିକ୍ତତା ପାଇଁ ଆଲିବାବାର ୟୁସି ନ୍ୟୁଜ, ୟୁସି ବ୍ରାଉଜର ସମେତ ୫୭ଟି ଚୀନ୍ ଆପକୁ ଭାରତ ସରକାର ବ୍ୟାନ୍ କରିଥିଲେ । ଆଲିବାବା ୟୁସି ନ୍ୟୁଜର ପୂର୍ବତନ କର୍ମଚାରୀ ପୁଷ୍ପେନ୍ଦ୍ର ସିଂହ ପରମାର ଜୁଲାଇ ୨୦ରେ ଗୁରୁଗ୍ରାମ କୋର୍ଟରେ ନିଜ ଅଭିଯୋଗ ଦର୍ଶାଇଛନ୍ତି । ପୁଷ୍ପେନ୍ଦ୍ରଙ୍କ କହିବା ଅନୁସାରେ ଚୀନ୍ ର ଇଛାରେ ୟୁସି ନ୍ୟୁଜ କେତେକ ଖବରର ମିଥ୍ୟା ପ୍ରଚାର କରେ , ମୁଁ ତାହାକୁ ବିରୋଧ କରିବାରୁ ମୋତେ ଚାକିରିରୁ ବହିଷ୍କାର କରିଦିଆଗଲା । ଏହି ମାମଲାର ବିଚାର କରି ଗୁରୁଗ୍ରାମ ଜିଲ୍ଲା କୋର୍ଟର ବିଚାରପତି ସୋନିଆ ସିଓକନ୍ଦ ଆଲିବାବା, ଜ୍ୟାକ ମା ଓ କମ୍ପାନି ୟୁନିଟକୁ ଜୁଲାଇ ୨୯ ରେ କୋର୍ଟରେ ହାଜର ହେବାକୁ ନିର୍ଦେଶକ ଦେଇଛନ୍ତି ।

Leave A Reply

Your email address will not be published.

one + 18 =