ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଉପରୁ ଉଠିଲା ରପ୍ତାନି କଟକଣା
ନୂଆଦିଲ୍ଲୀ: ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପ୍ରସ୍ତୁତି ସାମଗ୍ରୀ ରପ୍ତାନି କଟକଣା ଉଠାଇବା ନିଷ୍ପତ୍ତିକୁ ଡିପାର୍ଟମେଣ୍ଟ୍ ଅଫ୍ ଫାର୍ମସ୍ୟୁଟିକାଲ୍ସ୍ ଅନୁମୋଦନ କରିଛି , ଏ ସଂକ୍ରାନ୍ତରେ କେନ୍ଦ୍ର ରସାୟନିକ ଓ ସାର ମନ୍ତ୍ରୀ ଘୋଷଣା କରିଛନ୍ତି।
‘ଏସ୍ଇଜେଡ୍’/‘ଇଓୟୁ’ ୟୁନିଟ୍ମାନଙ୍କୁ ଛାଡ଼ି ବାକି କମ୍ପାନିମାନେ ସେମାନଙ୍କ ଉତ୍ପାଦର ୨୦% ଘରୋଇ ବଜାରକୁ ଯୋଗାଇବେ। ଏ ସଂକ୍ରାନ୍ତରେ ଔପଚାରିକ ବିଜ୍ଞପ୍ତି ଜାରି କରିବାକୁ ‘ଡାଇରେକ୍ଟୋରେଡ୍ ଅଫ୍ ଫରେନ୍ ଟ୍ରେଡ୍’କୁ ନିର୍ଦେଶ ଦିଆଯାଇଛି।
ଗୌଡ଼ାଙ୍କ ଘୋଷଣା ପରେ ପରେ ‘ଡାଇରେକ୍ଟୋରେଡ୍ ଅଫ୍ ଫରେନ୍ ଟ୍ରେଡ୍’ ଏ ବାବଦରେ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ ଡାଇଗ୍ନୋଷ୍ଟିକ୍ କିଟ୍, ଲାବୋରେଟରି ରିଜେଣ୍ଟ୍ ଏବଂ ଡାଇଗ୍ନୋଷ୍ଟିକ୍ ଆପେରେଟସ୍ ରପ୍ତାନି ନୀତି ସଂଶୋଧନ କରାଯାଇଛି।