ଛଦ୍ମବେଶୀ ୨ ସେବାୟତ ଅଟକ

ରୀ- ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଜାରି ହୋଇଛି । ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ଯାଂଚ କରାଯାଉଛି । ତେବେ ଦୁଇ ଜଣ ଭକ୍ତ ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ପୁଲିସ ହାବୁଡରେ ପଡିଛନ୍ତି ।ସେମାନେ କିପରି ପ୍ରବେଶ କଲେ ସେ ନେଇ ପଚରାଉଚରା କରୁଛି । ଶୁକ୍ରବାର ଦିନ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଚାଲିଥିବା ବେଳେ ଦୁଇ ଜଣ ଭକ୍ତ ସେବାୟତ ବେଶରେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିବା ବେଳେ ସେମାନଙ୍କ ଚାଲିଚଳଣି ଦେଖି ଅନ୍ୟ ସେବାୟତଙ୍କ ମନରେ ସନ୍ଦେହ ହୋଇଥିଲା । ପୁଲିସକୁୁ ତୁରନ୍ତ ଖବର ଦେବାପରେ ଛଦ୍ମବେଶୀ ୨ ସେବାୟତଙ୍କୁ କୁମ୍ଭାରପଡା ଥାନା ଜିମା ଦିଆଯାଇଛି ।

Leave A Reply

Your email address will not be published.

fifteen + 17 =