ଆସନ୍ତା କାଲି କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ- ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ବଢୁଥିବା ପ୍ରତିବାଦରେ ଆସନ୍ତା କଲି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ଦଳର ସାଂସଦ ଓ ବିଧାୟକମାନେ ତେଲଦର ବୃଦ୍ଧିକୁ ଦାବି କରି ରାଷ୍ଟ୍ରପତିଙ୍କ ସ୍ମାରକ ପତ୍ର ଦେବାକୁ ନିଷ୍ପତି ନେଇଛନ୍ତି । ଏନେଇ ଏଆଇସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା କେସି ବେଣୁଗୋପାଳ କହିଛନ୍ତି । କରୋନା ଲକଡାଉନ ସମୟରେ ସାଧାରଣ ଲୋକଙ୍କଠାରୁ ଶୋଷଣ କରାଯାଉଛି ବିକ୍ଷୋଭର ମୁଖ୍ୟ ଉଦେ୍ଧଶ୍ୟ ହେବ । ଅନ୍ତର୍ଜତୀୟ ବଜାରରେ ଅଶୌଧିତ ତୈଳଦର କୁମଥିବା ବେଳେ ସେପଟେ ଭାରତ ସରକାର ତେଳ ଦର ବୃଦ୍ଧି କରିବା ସହ ଉତ୍ପାଦନ ଶୁକ୍ଳ ଲଗାଇ ପ୍ରଚୁର ଲାଭ ଜମା ରଖିଛନ୍ତି । ଲୋକମାନଙ୍କୁ ଏହାର ସୁବିଧା ଦେବା ବଦଳରେ ସରକାର ଜାଣିଶୁଣି ଏଥିରେ ଉତ୍ପାଦନ ଶୁକ୍ଳ ବୃଦ୍ଧି କରି ଶୋଷଣ କରୁଛନ୍ତି ବୋଲି ବେଣୁଗୋପାଲ ଅଭିଯୋଗ କରିଛନ୍ତି । ଏହା ବ୍ୟତିତ ସୋସିଆଲ ମିଡିଆରେ ବି ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ସ୍ପିକ୍ ଅପ ଅନ ପେଟ୍ରୋଲ ଏଣ୍ଡ ଡିଜେଲ ପ୍ରାଇସ ହାଇକ ନାମରେ ଆନେ୍ଦାଳନ କରିବ ଦଳ । ଏହି ଆନ୍ଦୋଳନ ରେ କୃଷକ, ଟ୍ୟାକ୍ସି ,ବସ୍ ମାଲିକ, ପରିବାହକ ଓଲା, ଓବେର ଡ୍ରାଇଭର ଡାରୁ ଆରମ୍ଭ କରି ଶ୍ରମିକ ଓ ସାଧାରଣ ଲୋକଙ୍କ ଉପରେ ଏହାର କି ପ୍ରଭାବ ପଡୁଛି ସେ ନେଇ ଅବଗତ କରାଯିବ ବୋଲି କଂଗ୍ରୋସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

two × 1 =