କରୋନା ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ୱରେ- ରାଜ୍ୟରେ ପୁଣି କରୋନା ନେଲା ଆଉ ୩ ମୁଣ୍ଡ । ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ।ବୟସ ୭୫ ବର୍ଷ । ପୂର୍ବରୁ ସେ ଉଚ୍ଚରକ୍ତଚାପ,ମଧୁମେହ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଦ୍ୱିତୀୟ ମୃତକ କଟକର ୬୫ ବର୍ଷୀୟ ବୃଦ୍ଧ । କରୋନା ଆକ୍ରାନ୍ତ ପୂର୍ବରୁ ମଧୁମେହ,ଉଚ୍ଚରକ୍ତଚାପ ଓ କିଡିନ ରୋଗରେ ପୀଡିତ ଥିଲେ । ସେହିପରି ଭୁବନେଶ୍ୱରରେ ଜଣେ ୭୩ ବର୍ଷୀୟ ବୃଦ୍ଧ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ଡାଇବେଟିସ, ଉଚ୍ଚରକ୍ତଚାପ, ଓ କିଡିନ ରୋଗରେ ପୀଡିତ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ରେ ପଂହଚିଛି ।

Leave A Reply

Your email address will not be published.

seven − 3 =