ନୂଆଦିଲ୍ଲୀ- ଦେଶବାସୀଙ୍କ ପାଇଁ ବଡ ଆଶ୍ୱସ୍ତିର ଖବର । ଆରେଗ୍ୟ  ହାରରେ ଆମେରିକାକୁ ପଛରେ ପକାଇଛି ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଆରୋଗ୍ୟ ହାର ୪୨ ଲକ୍ଷରୁ ଅଧିକ ଅତିକ୍ରମ କରିଛି ।  ଦୈନିକ ସର୍ବାଧିକ କରୋନା ଟେଷ୍ଟିଙ୍ଗ ଯୋଗୁଁ ଆରେଗ୍ୟ ହାର ବୃଦ୍ଧି ପାଉଛି । ଆଇସିଏମଆର କହିବା ଅନୁଯାୟୀ ସେପ୍ଟେମ୍ବର  ୧୮ ତାରିଖ ପର୍ଯ୍ୟନ୍ତ ୬,୨୪,୫୪, ୨୫୪ ନମୁନା ପରୀକ୍ଷା ହୋଇଛି ଓ  ୧୮ ତାରିଖରେ ୮,୮୧,୯୧୧ ନମୁନା ପରୀକ୍ଷା ହୋଇଛି ।