୩୬ରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୯୦ ରନ୍‌ର ବିଜୟଲକ୍ଷ୍ୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତ ୩୬ ରନ୍‌ରେ ପାଳି ଘୋଷଣା କରିଛି। ଶେଷ ଉଇକେଟ୍‌ ପଡ଼ିବା ପୂର୍ବରୁ ଆଘାତ ଯୋଗୁ ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ପରେ ଟିମ୍‌ ଇଣ୍ଡିଆ ପାଳି ଘୋଷଣା କରିଛି। ଦଳ ୨୧.୨ ଓଭର ଖେଳି ୯ ଉଇକେଟ୍‌ ବିନିମୟରେ ମାତ୍ର ୩୬ ରନ୍‌ କରିବାରେ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆ ବୋଲର ଜୋଶ୍‌ ହାଜେଲଉଡ୍‌ ଏବଂ ପ୍ୟାଟ କ୍ୟୁମିନ୍‌ସଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଭାରତୀୟ ଟିମ୍‌ ଧରାଶାୟୀ ହୋଇଛି। କୌଣସି ବ୍ୟାଟ୍ସମ୍ୟାନ୍‌ ୨ ଅଙ୍କ ଛୁଇଁ ପାରି ନ ଥିବାବେଳେ ମୟଙ୍କ ଅଗ୍ରୱାଲ ସର୍ବାଧିକ ୯ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍‌ ୫ଟି ଏବଂ କ୍ୟୁମିନ୍‌ସ ୪ଟି ଉଇକେଟ୍‌ ନେବାରେ ସଫଳ ହୋଇଛନ୍ତି। ପ୍ରଥମ ପାଳିରେ ୫୩ ରନ୍‌ର ଲିଡ୍‌ ସହିତ ଭାରତ ଘରୋଇ ଦଳକୁ ୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଅଷ୍ଟ୍ରେଲିଆ ୨ୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ପ୍ରଥମ ସେସନ ଶେଷ ସୁଦ୍ଧା ବିନା କୌଣସି ଉଇକେଟ୍‌ରେ ୧୫ ରନ୍‌ ସଂଗ୍ରହ କରିଛି। ଦୁଇ ଓପନର୍‌ ମ୍ୟାଥ୍ୟୁ ୱାଡେ ଏବଂ ଜୋ ବର୍ନ୍ସ କ୍ରିଜରେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.

19 − eleven =