ଭାରତ ମହାକାଶ ପଠାଇବ ୬ଟି ’ଆକାଶ ଆଖି’: ଚୀନ ସେନା ଗତିବିଧି ଉପରେ ରଖିବ ନଜର ଦେଶପ୍ରମୁଖ ଖବର By Nyayabati Live Last updated Aug 6, 2020 106 0 ନୂଆଦିଲ୍ଲୀ: ଚୀନ ସେନାର ଗତିବିଧି ସହ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ନଜର ରଖିବା ପାଇଁ ଭାରତ ମହାକାଶରେ ସ୍ଥାପନ କରି ଆଉ ୬ଟି କୃତ୍ରିମ ଉପଗ୍ରହ । ଭାରତୀୟ ସୁରକ୍ଷା ସଂସ୍ଥାର ଆବଶ୍ୟକତା ଅନୁସାରେ ଏହି କୃତ୍ରିମ ଉପଗ୍ରହ ଖୁବ୍ ଶୀଘ୍ର ମହାକାଶରେ ସ୍ଥାପନ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହି ଉପଗ୍ରହ ଜରିଆରେ ଭାରତୀୟ ସେନା ଚୀନ ସାମରିକ କାର୍ଯ୍ୟକ୍ରମ ଓ କାର୍ଯ୍ୟକଳାପ ଉପରେ ନଜର ରଖିପାରିବ । ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷଙ୍କୁ ଏହି କୃତ୍ରିମ ଉପଗ୍ରହର ଆବଶ୍ୟକତା ଅନୁଭୂତ ହୋଇଛି । ଚୀନ ସେନା ଏଲଏସି ନିକଟସ୍ଥ ସିନଜିଆଙ୍ଗ କ୍ଷେତ୍ରରେ ଅଭ୍ୟାସ ନାମରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ୪୦ ହଜାରରୁ ଅଧିକ ସେନା ଏକାଠି କରିବା ସୂଚନା ମିଳିବା ପରେ ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷ କୃତ୍ରିମ ଉପଗ୍ରହର ଆବଶ୍ୟକତା ଅନୁଭବ କରିଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇରେ ପ୍ରକାଶିତ ସୂଚନା ଅନୁସାରେ ଭାରତୀୟ ଅଞ୍ଚଳ ଓ ଏଲଏସିରେ ଚୀନ ସେନାର ଗତିବିଧି ଉପରେ ନଜର ରକିବା ପାଇଁ ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହର ଆବଶ୍ୟକତା ଥିବା ଜଣେ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଟେଲାଇଟରୁ ହାଇ ରେଜୁଲେସନ କ୍ଷମତା ସମ୍ପନ୍ନ ସେନ୍ସର ଓ କ୍ୟାମେରା ଜରିଆରେ ଅତି ଛୋଟଛୋଟ ଗତିବିଧିକୁ ମଧ୍ୟ ରେକର୍ଡ଼ କରାଯାଇ ପାରିବ ଓ ଏପରିକି ଜଣେ ବ୍ୟକ୍ତିର ଯାତାୟତ ଉପରେ ଦୃଷ୍ଟି ରଖିବାକୁ ସକ୍ଷମ ହୋଇ ପାରିବ ।ସୂଚନା ଅନୁସାରେ ଏହି ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ଏପରି କିଛି ଉପଗ୍ରହ ରହିଛି । ଯାହା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତୀକ୍ଷ୍ମ ନଜର ରଖିବାର କ୍ଷମତା ରଖିଛି । ମାତ୍ର ଏହି କ୍ଷମତାକୁ ଅଧିକ ତୀବ୍ର ଓ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ଚୀନ ଜବାନଙ୍କ ଗତିବିଧି ସ୍ପଷ୍ଟ ଆକଳନ କରା ଯାଇ ନ ପାରିବା ଦ୍ବାରା ଲାଦାଖରେ ଭାରତ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି ବିଳମ୍ବିତ ହୋଇଛି । 0 106 Share