ଭୁବନେଶ୍ୱର- ଆନ୍ତରାଜ୍ୟ ବସ ଟର୍ମିନାଲ ହେବ ବରମୁଣ୍ଡା ବସଷ୍ଟାଣ୍ଡ । ଏହି ଟର୍ମିନାଲ ପାଇଁ ବିଡିଏ ପକ୍ଷରୁ  ଆଜିଠାରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ୧୫.୦୫ ଏକର  ସ୍ଥାନରେ ଏହି ଟିର୍ମନାଲ   କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।  ବିଦ୍ୟୁତ  ଶକ୍ତି, ଅଗ୍ନିନିର୍ବାପକ ଯନ୍ତ୍ର ସହ ଫାୟାର  ଆଲାରାମ ବ୍ୟବସ୍ଥା, ସୋଲାର ପାୱାର ସିଷ୍ଟମ, ଇଂଟରନେଟ ଟେଲିକମ ସିଷ୍ଟମ ଭଳି  ଅନ୍ୟାନ୍ୟ ସମସ୍ତ ସୁବିଧା  ଟର୍ମିନାଲରେ କରାଯିବ ବୋଲି  ସୂଚନା ମିଳିଛି ।