ଭୁବନେଶ୍ୱର- ରାଜ୍ୟର ଯେଉଁ ସହରରେ ଜେଇଇ ମେନ ଓ ନିଟ ପରୀକ୍ଷା କେନ୍ଦ୍ର ହେବ ସେହି ଯାଗାରେ ଲକଡାଉନ ସଟଡାଉନ କଟକଣା ଲାଗୁ କରାଯିବନି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ରାଜ୍ୟର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଯଉଁ ସହାରରେ ପରୀକ୍ଷା କେନ୍ଦ୍ର ରିହିଛି ଆସନ୍ତା ୩୦ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ ଓ ସଟଡାଉନ କଟକଣା ଲାଗୁ କରାଯିବନି । ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ମଧ୍ୟ ଏହି କଟକଣା ଲାଗୁ ହେବନି । ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ଏସଆରସି କହିଛନ୍ତି । ବିିଭିନ୍ନ ଇଂଜିନିୟରିଂ କଲେଜ ହେଷ୍ଟଲ ଗୁଡିକରେ ପରୀକ୍ଷାର୍ଥୀ ରହିବେ । ନୋଡାଲ ଆଇଟିଆଇ କେନ୍ଦ୍ର ଅଧ୍ୟକ୍ଷଙ୍କୁ ଏନେଇ ସୂଚନା ଦେବା ପାଇଁ କୁହାଯାଇଛି । ଛାତ୍ରଛାତ୍ରୀ ନୋଡାଲ ସେଂଟରରେ ନିଜ ସଂପର୍କରେ ତଥ୍ୟ େଦେଲେ ସେମାନଙ୍କ ସଂଖ୍ୟା ଦେଖି ବସ୍ ବ୍ୟବସ୍ଥା କରାଯିବ ।