ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ: ଓଡିଶାରେ ସୌରଭ ଟପ୍ପର


ଭୁବନେଶ୍ୱର- ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ । ଓଡିଶାରେ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯ ପ୍ରତିଶତ ମାର୍କ ରଖି ୩୪ ତମ ସ୍ଥାନ ହାସଲ କରିଛନ୍ତି । ମୋଟ ୨୪ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତେଲେଙ୍ଗାନାର ସର୍ବାଧିକ ୮ ପରୀକ୍ଷାର୍ଥୀ ରହିଥିବା ବେଳେ ଦିଲ୍ଲୀର ୫ ଜଣ, ରାଜସ୍ଥାନ ୪, ଆନ୍ଧ୍ରପ୍ରଦେଶ ୩, ହରିୟାଣା ୨, ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ଭଲ ନମ୍ବର ରଖି ଟପ୍ପର ହୋଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସମସ୍ତ ଟପ୍ପର ଓ ଉତିର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି ।

Leave A Reply

Your email address will not be published.

8 + 19 =