ଭୁବନେଶ୍ୱର-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଶ୍ରୀବିହାର ସ୍ଥିତ ଏକ ନିର୍ମାଣଧୀନ ଆପାର୍ଟେମେଂଟକୁ ସିଲ କଲା ବିଏମସି । ସେଠାରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ମାତ୍ର ଆପାର୍ଟମେଂଟରେ ପ୍ରବାସୀ ପଶ୍ଚିମବଙ୍ଗ ଶ୍ରମିକ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ।ଏହି ଆପାର୍ଟମେଂଟ ନିର୍ମାଣାଧୀନ ରହିଛି । ପ୍ରଶାସନ ଆଗୋଚରରେ ପଶ୍ଚିମବଙ୍ଗ ମୁର୍ଶିବାଦରୁ କିଛି ଶ୍ରମିକ ଏଠାରେ କାମ କରଛନ୍ତି । ପଶ୍ଚିମବଙ୍ଗରେ କରୋନା ପରିସ୍ଥିତି ସାଂଘାତିକ ଥିବା ଦୃଷ୍ଟିରୁ ସେହି ରାଜ୍ୟରୁ ଭୁବନେଶ୍ୱର ଆସୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ପ୍ରଶାସନ ନଜର ରଖିଛି । ଆପାର୍ଟମେଂଟରେ ରହୁଥିବା ଶ୍ରମିକଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ।