ଦାରିଙ୍ଗିବାଡି ସଟଡାଉନ୍

ଭୁବନେଶ୍ୱର: କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ୍ କରାଯାଇଛି । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଂଚ ରାଧାକାନ୍ତ ପ୍ରଧାନ ଦାରିଙ୍ଗବାଡିକୁ ସଟଡାଉନ୍ କରିଛନ୍ତି । ଡୁଡୁକିବାଡି ଅଂଚଳରୁ ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବାପରେ ସରପଂଚ ଏଭଳି ପଦକ୍ଷେପ ନେଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ପଂଚାୟତରେ କରୋନା ସଂକ୍ରମଣ ବଢିବା ଆଶଙ୍କାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ମେଡିସିନ୍ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ପତ୍ର ବନ୍ଦ ରହିବା ପାଇଁ ଘୋଷଣା କରାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲାରେ ବରିଷ୍ଟ ଅଧିକାରୀ କରୋନା ଆକ୍ରାନ୍ତ ଜଣା ପଡିବା ପରେ ଗଞ୍ଜାମ ଜିଲ୍ଲା ପ୍ରସାସନ ପକ୍ଷରୁ ସରକାରୀ ଅଫିସରଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଜିଲ୍ଲାରେ ୯୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ପ୍ରାଣ ହରାଇଛନ୍ତି । ୯୫୫ ଆକ୍ରାନ୍ତ ମଧ୍ୟରୁ ୬୮୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କଟକଣା ଲାଗୁ କରାଯାଇଛି । ବ୍ରହ୍ମପୁରୁରେ ୧୬ ଘଂଟିଆ ସଟଡାଉନ୍ ବି ଲାଗୁ ହୋଇଛି । ସକାଳ ୭ଟାରୁ ଦିନ ୧୨ଟା ଯାଏଁ ସହରରେ କଟକଣାକୁ କୋହଳ କରାଯାଇଛି ।

Leave A Reply

Your email address will not be published.

nineteen + fifteen =