କିନ୍ନରଙ୍କୁ ମିଳିବ ଭତା

ଭୁବନେଶ୍ୱର- କିନ୍ନରଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ । କିନ୍ନରଙ୍କ ବୟସ ଅନୁସାରେ ୫୦୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ଭତା ଦିଆଯିବ । ଭତା ପାଇବା ପାଇଁ କିନ୍ନର ମଧୁବାବୁ ପେନସନ ୱେବସାଇଟରେ ଆଜିଠାରୁ ଆବେଦନ କରିପାରିବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.

4 × 5 =