ଭୁବନେଶ୍ୱର- ବିଜୁ ଯୁବ ନେତା କଳ୍ପତରୁ ଓଝା ଦଳ କାର୍ଯ୍ୟକର୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇ ଆଜି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ବର୍ଷ ଧରି ଦଳ ସହ କାମ କରିବା ପରେ ବି ତାଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରିଛନ୍ତି । ଦଳ ବିରୋଧରେ ଏଭଳି ଅଭିଯୋଗ ଆଣିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି । ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟକଳାପ ନେଇ କଳ୍ପତରୁଙ୍କ ବିରୋଧରେ ଅଭିଯୋଗ ଥିବା ସେ କହିଛନ୍ତି ।