କେଣାର୍କ- ଦୀର୍ଘ ୫ ମାସର ବ୍ୟବଧାନ ପରେ ପର୍ଯ୍ୟଟଙ୍କ ପାଇଁ ଖୋଲିଲା କେଣାର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିର ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଦିନକୁ ମୋଟ ଅଢେଇ ହଜାର ପର୍ଯ୍ୟଟଙ୍କୁ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଟିକଟେରେ ବାରକୋଡ ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରକୁ ପ୍ରବେଶ କରୁଥିବା ପର୍ଯ୍ୟଟଙ୍କ ସ୍କ୍ରିନିଂ ସହ କେନଦ୍ର ସରକାରଙ୍କ ଏସଓପିକୁ ପାଳନ କରିବାକୁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ସୁପରିଟେଣଣ୍ଡଂଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ମହାମାରୀ କରୋନା ପାଇଁ ଦୀର୍ଘ ୫ ମାସରୁ ଉର୍ଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରହିଥିଲା ।