ପ୍ରଭୁଙ୍କ ନିମନ୍ତେ ହେଉଥିବା ଭଲ କାମକୁ କେହି ଅଟକାଇ ପାରିବେନି: ମୁଖ୍ୟମନ୍ତ୍ରୀ

ପୁରୀ : “ପ୍ରଭୁଙ୍କ ନିମନ୍ତେ ହେଉଥିବା ଭଲ କାମକୁ କେହି ଅଟକାଇ ପାରିବେନି।” ଜାତୀୟ ସ୍ମାରକ ପ୍ରାଧିକରଣ(NMA)ର ଅଧିନିୟମକୁ ନେଇ କେନ୍ଦ୍ର, ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ଆଜି ଏପରି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପୁରୀ  ଯାଇଥିବା ବେଳେ ଏପରି ଭାବେ ନିଜ ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ସାଆନ୍ତଙ୍କ ଦର୍ଶନ ସାରି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ, “କୋଭିଡ ପରେ ପ୍ରଥମ ଥର ପାଇଁ ପ୍ରଭୁଙ୍କ ଦର୍ଶନ କଲି। ରାଜ୍ୟବାସୀଙ୍କ ଶାନ୍ତି, ଉନ୍ନତି ପାଇଁ ପ୍ରାର୍ଥନା କଲି।” ଏଥିସହ ମୁଖ୍ୟମନ୍ତ୍ରୀ କହିଲେ, “କେନ୍ଦ୍ର ସରକାର ଏହି ଲ’ ପ୍ରତ୍ୟାହାର କରିବା ଦରକାର। ପ୍ରଭୁଙ୍କ କାମ କେହି ଅଟକାଇ ପାରିବେନି।  କେନ୍ଦ୍ର ସରକାରଙ୍କ ସହ ଏହି ନିୟମ ଉଚ୍ଛେଦ ପାଇଁ କଥା ହେବି।”

Leave A Reply

Your email address will not be published.

four × 2 =