ଭୁବନେଶ୍ୱର- ଉତର- ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ହେଉଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୪ରୁ ୨୬ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ । ଏହାସହ ସମୁଦ୍ର ଭିତରେ ଘଂଟାକୁ ୪୫ରୁ ୫୫ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି । ମତ୍ସଜୀବିଙ୍କୁ ସମୁଦ୍ର ମଧ୍ୟକୁ ନଜିବା ପାଇଁ ବାରଣ କରାଯାଇଛି ।