ମହାରାଷ୍ଟ୍ର ବିଲଡିଂ ଭୁଶୁଡି ୨ ଜଣଙ୍କ ମୃତ୍ୟୁ


ମୁମ୍ବାଇ- ଗତକାଲି ସଂନ୍ଧ୍ୟା ସମୟରେ ରାଇଗଡ ଜିଲ୍ଲାର ମାହାଦ ସହରରେ ଥିବା ଏକ ବିରାଟକାୟ ବିଲଡିଂ ଭୁଶୁଡି ପଡିଛି । ଏହି ଧ୍ୱଂସାବଶେଷ ତଳେ ୭୦ ଜଣ ଲୋକ ଫଶି ରହିଥିଲେ । ଉଦ୍ଧାର କାରୀମାନେ ଏବେ ସୁଦ୍ଧା ୨୫ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଆହାତ ହୋଇଛନ୍ତି ଓ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ମାହାଦ ପୋଲିସ ଏହି ବିଲଡିଂର ବିଲ୍ଡର ଓ କଂଟ୍ରାକ୍ଟ୍ରରଙ୍କୁ ଗରିଫ କରିଛି, ଓ ଅନ୍ୟ ଯେଉଁ ମାନେ ସାମିଲ ଅଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଗତ ସେମାବାର ସଂନ୍ଧ୍ୟାରେ ରାଇଗଡ ଜିଲ୍ଲା ମାହାଦ ସହାରରେ ଥିବା ଏକ ବିରାଟକାୟ ବିଲଡିଂ ଭୁୁଶୁଡି ପଡିଥିଲା । ବିଲଡିଂ ଭୁୁଶୁଡି ପଡିବାରୁ ୭୦ ଜଣ ଲୋକ ଚାପି ରହିଥିଲେ । ଖବର ପାଇଁ ଏନଡିଆରଏଫ ଟିମ୍, ଅଗ୍ନିଶମ ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.

eighteen − eight =