ଗେହଲଟକୁ ଶିକ୍ଷା ଦେବେ ମାୟାବତୀ

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ଏଂଟ୍ରି କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । କଂଗ୍ରେସ ଚଂଚକତା କରି ବିଏସପିର ୬ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଦେଇଥିବା ଅଭିଯୋଗ କରି ମାୟାବତୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜସ୍ଥାନ ସଙ୍କଟ ଉପରେ ମାୟାବତୀ କହିଛନ୍ତି , ବିଏସି ପ୍ରଥମେ ଅଦାଲତକୁ ଯାଇପାରନ୍ତା । କିନ୍ତୁ ଆମେ କଂଗ୍ରେସ ଏବଂ ଗେହଲଟଙ୍କୁ ଉଚିତ ଶିକ୍ଷା ଦେବା ଲାଗି ଉପଯୁକ୍ତ ସମୟ ଖୋଜୁଥିଲୁ । ଏବେ ଆମେ କୋର୍ଟ ଯିବାକୁ ନିଷ୍ପତି ନେଇଛୁ । ଆମେ ସୁପ୍ରିମ କୋର୍ଟ ଯିବୁ । ସେ କହିଛନ୍ତି, ରାଜସ୍ଥାନରେ ବିଧାନସଭା ନିର୍ବାଚନ ପରେ ବିଏସପିର ୬ ବିଧାୟକ ବିନା ସର୍ତରେ କଂଗ୍ରେସକୁ ସମର୍ଥନ କରିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଗେହଲଟ୍ ମନ୍ଦ ଉଦେ୍ଧଶ୍ୟ ରଖି ବିଏସପିକୁ କ୍ଷତି ପହଂଚାଇବା ଲାଗି ବିଧାୟକ ମାନଙ୍କୁ କଂଗ୍ରେସରେ ସାକିଲ କରିଦେଇଛନ୍ତି , ଯାହା ଅସାମ୍ବିଧାନିକ । ଗତ କାର୍ଯ୍ୟକାଳ ସର୍ମରେ ବି ସେ ଏପରି କରିଥିଲେ ବୋଲି ମାୟାବତୀ କହିଛନ୍ତି । ଅନ୍ୟପଟେ କଂଗ୍ରେସ ବିଏସପି ବିଧାୟକ ମିଶ୍ରଣ ବିରୋଧରେ ବିଜେପି ବିଧାୟକ ମଦନ ଦିଲାୱର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପୂର୍ବରୁ ଏ ସମ୍ପର୍କରେ ଦିଲାୱର ବାଚସ୍ପତି ନିକଟରେ ଅଭିଯୋଗ କରି ଦଳବଦଳ ଆଇନ ଉଲ୍ଲଘଂନ ।ଇଁ ସମ୍ପୃକ୍ତ ୬ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୋବକୁ ଦାବି କରିଥିଲେ । କିନ୍ତୁ ବାଚସ୍ତି ସି.ପି.ଯୋଶୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ଦିଲାୱର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କ ପିଟିଶନ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.

8 − 3 =