ଆଜିଠାରୁ ବ୍ଳୁ ଓ ପିଙ୍କ ଜୋନରେ ଗଡିବ ମେଟ୍ରୋ ଟ୍ରେନ


ନୂଆଦିଲ୍ଲୀ- କରୋନା ଲକଡାଉନ ପାଇଁ ୧୭୧ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିବା ମେଟ୍ରୋ ଟ୍ରେନ ସେପ୍ଟମ୍ବର ୯ ତାରିଖ ଦିନ ୟୋଲୋ ଜୋନରେ ଗଡିଛି । ଆଜି ବ୍ଲୁ ଓ ପିଙ୍କ ଜୋନରେ ମେଟ୍ରୋ ଟ୍ରୋନ ଗଡିବା ଆରମ୍ଭ କରିଛି । ଦିଲ୍ଲୀ ମେଟ୍ରୋ ଟ୍ରୋନ କରର୍ପୋରେସନ ପକ୍ଷରୁ ଘୋଷଣା କରାଯାଇଥିଲା ୩ଟି ପର୍ଯ୍ୟାୟରେ ଏହି ସେବା ଯାତ୍ରୀଙ୍କୁ ଯୋଗାଇ ଦେବ । ସୋମବାର ଦିନ ୟୋଲୋ ଜୋନରେ ୧୫,୫୦୦ ଯାତ୍ରୀଙ୍କୁ ସେବା ଯୋଗାଇ ଥିଲା ବୋଲି ଡିଏମଆରସି ପକ୍ଷରୁ କୁହାଯାଇଛି । ମେଟ୍ରୋ ଟ୍ରେନ ବ୍ଳୁ ଜୋନରେ ଲାଇନ-୩/୪ ଦ୍ୱାରକା ସେକସନ-୨୧ରୁ ଭଇସାଳି ରୁଟରେ ଗେଡ । ସେହିପରି ପିଙ୍କ ଜୋନରେ ଲାଇନ -୭ ମଜିଲିସ ପାର୍କ ରୁ ଶିବ ବିହାର ରୁଟରେ ଗଡେ ।

Leave A Reply

Your email address will not be published.

ten + 20 =