କୋଭିଡ ହସ୍ପିଟାଲରେ ମକ୍ ଡ୍ରିଲ


ଭୁବନେଶ୍ୱର- ଭୁବନେଶ୍ୱର-କଟକରେ ଥିବା କୋଭିଡ ହସ୍ପଟାଲ ଗୁଡିକରେ ଅଗ୍ନି ନରାପତା ବ୍ୟବସ୍ଥା କିଭଳି ରହିଛି ତାହାର ଯାଂଚ କରାଯାଉଛି । ଆଜି ଅଗ୍ନିଶମ ବାହିନୀର ୮ ଜଣିଆ ଟିମ ଭୁବନେଶ୍ୱରର ବିଭିନ୍ନ କୋଭିଡ ହସ୍ପିଟାଲରେ ପିପିଇ କିଟ ପିନ୍ଧି ମକଡ୍ରିଲ ଓ ଯାଂଚ କରୁଛନ୍ତି । ନିଆଁ ଲାଗିବା ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡିକୁ କିପରି ବ୍ୟବହାର କରାଯିବ, ସେଠାରୁ କିପରି ସୁରକ୍ଷିତରେ ଆକ୍ରାନ୍ତ ଓ ଅନ୍ୟ ଲୋକମାନେ ବାହାରି ପାରିବେ ସେ ନେଇ ଆଜି ବିସ୍ତୁତ ଭାବେ ଅଭ୍ୟାସ ହୋଇଛି । ଗତକାଲି କଟକ ଜିଲ୍ଲା ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟ ସରାକରଙ୍କ ଚେତା ପଶିଛି ।

Leave A Reply

Your email address will not be published.

5 × two =