ନୂଆଦିଲ୍ଲୀ- ଆଜି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ୭୦ ତମ  ଜନ୍ମଦିବିସ  ପାଳିତ ହୋଉଛି । ତାଙ୍କ ଜନ୍ମଦିନ ଅବସରେ ସାରାଦେଶର ଲୋକେ ଶୁଭେଛା ଜଣାଉଛନ୍ତି ।  ସେହିପରି ବିିଭନ୍ନ  ନେତା ମନ୍ତ୍ରୀ  ଠାରୁ ଆରମ୍ଭ  କରି  ବଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ମଧ୍ୟ ଶୁଭେଛା ଜଣାଇବା ସହ ସୁସ୍ଥ ଓ  ଦୀର୍ଘାୟୁ କାମନା କରିଛନ୍ତି । ସେହିପରି ମୋଦୀଙ୍କ ଜନ୍ମଦିବସ  ଉପଲକ୍ଷେ ବିଜେପି ପକ୍ଷରୁ ସାରାଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଓ ୭୦ କେଜିର ଏକ  ଲଡୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ମୋଦୀଙ୍କ ଜନ୍ମଦିନକୁ ଦୃଷ୍ଟିରେ ରଖି  ବିଜେପି ପକ୍ଷରୁ ଗତ ୧୪  ରୁ ୨୦ ପର୍ଯ୍ୟନ୍ତ  ସେବା ସପ୍ତାହ ପାଳନ କରାଯାଉଛି ।