ସୋମବାରଠୁ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦ ମୌସୁମୀ ଅଧିବେଶନ । କରୋନା କଟକଣା ମଧ୍ୟରେ ଭିନ୍ନ ରୂପରେ ବସୁଥିବା ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଲ୍ ଆସିବ ବୋଲି ସୂଚନା ମିଳିଛି ସଂସଦର ୧୮ ଦିନିଆ ଅଧିବେଶନ କାଳରେ ଅଧ୍ୟାଦେଶଗୁଡିକୁ ବିଧେୟକ ରୂପ ପାସ କରିବା ପାଇଁ ସାରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ୧୧ ଅଧ୍ୟାଦେଶ ମଧ୍ୟରୁ ଗୋଟିଏ ସ୍ୱାସ୍ଥ୍ୟ କର୍ମୀଙ୍କ ବିରୋଧରେ ହିଂସାକୁ ରୋକିବା ସମ୍ବନ୍ଧୀୟ ହୋଇଥିବା ସୂଚନା ମିଳିଛି । ଏହି ଅଧ୍ୟାଦେଶରେ କୋଭିଡ-୧୯ ମୁକାବିଲା ନିମନ୍ତେ ନିଯୁକ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ, ସେମାନଙ୍କୁ ଅସୁବିଧାରେ ପକାଇବା ଭଳି କାର୍ଯ୍ୟକୁ ଜାମିନବିହୀନ ଅପରାଧ ଭାବରେ ବିବେଚନା କରାଯାଇଛି । ଏହା ସହ ଏପରି ନିମନ୍ତେ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୫ଲକ୍ଷ ପର୍ଯ୍ୟନ୍ତ ଜୋରିମନାର ବ୍ୟବସ୍ଥା ରହିଛି । ସେହିଭଳି ଅନ୍ୟଏକ ଅଧ୍ୟାଦେଶରେ ୧ଏପ୍ରିଲ ୨୦୨୦ରୁ ଏକ ବର୍ଷ ନିମନ୍ତେ ସାଂସଦଙ୍କ ବେତନ ୩୦% କାଟିବା ଏବଂ ଏହି ରାଶିକୁ କୋଭିଡ ଲଢେଇରେ ବ୍ୟୟ କରିବା ନିମନ୍ତେ ଉଳ୍ଲେଖ ରହିଛି । ସେହିପରି ଆଉ ଏକ ଅଧ୍ୟାଦେଶରେ କୃଷକମାନଙ୍କୁ କୃଷିଜାତ ସାମଗ୍ରୀ ବିକ୍ରିରେ ସହାୟତ ଦେବା ପାଇଁ ଉଦ୍ଧିଷ୍ଟ । ଏଥିରେ କୃଷକ ଓ ବ୍ୟବସାୟୀଙ୍କୁ ନିଜର ସାମଗ୍ରୀ କିଣାବିକାରେ ସ୍ୱାଧିନତା ଦିଆଯାଇଛି । ଅର୍ଥାତ ଯେଉଁଠି ଅଧିକ ମୂଲ୍ୟ ମିଳିବ ସେଠାରେ କୃଷକ ବା ବ୍ୟବସାୟୀ ନିଜ ସାମଗ୍ରୀ ବିକ୍ରି କିରିପାରିବେ । ଏଥିରେ କୃଷକ ମାନେ ଲାଭବାନ ହେବେ ଓ କାରବାରରେ ସ୍ୱାଚ୍ଛତା ରହିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

Leave A Reply

Your email address will not be published.

eighteen − 2 =