ଭୁବନେଶ୍ୱର- ମାକୁ ପିଟିପିଟି ମାରିଦେଲେ ୨ ନାବାଳକ । ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ ୧୫ ବର୍ଷ ବୋଲି ଜଣାପଡିଛି । ଏଭଳି ରୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଂଚଳ ଏକ ଆପାର୍ଟମେଂଟରୁ । ଯାହାକି ଉକ୍ତ ସହରରେ ଚାଚଂଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସୂଚନାଯୋଗ୍ୟ ମହିଳା ଜଣଙ୍କ ପ୍ରତ୍ୟେକ ଦିନ ନିଶା ଦ୍ରବ୍ୟ ସେବନ କରି ଘରେ ଝଗଡା କରିବା ସହିତ ପିଲାଙ୍କୁ ମାରପିଟ୍ କରୁଥିଲେ । ଏହାକୁ ୨ ପୁଅ ବିରୋଧ କରିଥିଲେ । ହେଲେ ମହିଳା ଜଣଙ୍କ କାହା କଥା ଶୁଣୁନଥିଲେ । ଗତକାଲି ସଂପୃକ୍ତ ମହିଳା ଜଣଙ୍କ ନିଶାଗ୍ରସ୍ତ ହୋଇ ଝଗଡା କରୁଥିଲେ । ଫଳରେ ୨ ପୁଅ ଶାବଳରେ ମାକୁ ହତ୍ୟା କରିଥିଲେ । ମୃତ ଦେହକୁ ବାଥରୁମ ଭିତରେ ରଖି ଘରେ ତାଲା ପକାଇ ପଳାଇଥିଲେ । ସ୍ଥାନୀୟ ବାସିନ୍ଦା ଖବର ପାଇ ଘଟଣା ସ୍ଥଳରେ ପଂହଚିଥିଲେ । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପଂହଚି ଶବ ଉଦ୍ଧାର କରିଥିଲା । ପୋଲିସ ମହିଳାଙ୍କ ୨ ପୁଅଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଘଟଣାର ଅଧିକ ତଦନ୍ତ ପାଇଁ ଉଦ୍ୟମ କରୁଛି