ନୂଆଦିଲ୍ଲୀ- କରୋନା କଟକଣା ଭିତରେ ରାଜ୍ୟର କେତେକ ସ୍କୁଲ ଆଜିଠାରୁ ଖୋଲିଛି । ଆସାମ, କର୍ଣ୍ଣାଟକ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର, ମେଘାଳୟ ଓ ନାଗାଲାଣ୍ଡରେ ବିଦ୍ୟାଳୟ ଗୁଡିକ ଖୋଲିଛି, ଓ ନବମରୁ ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲ ଆସିବେ ବୋଲି ଜଣାପଡିଛି । ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି । କଂଟେନମେଂଟ ଜୋନ ବାହାରେ ଥିବା ସ୍କୁଲ ଖୋଲି ପାରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସ୍କୁଲ ଗୁଡିକରେ ଥର୍ମାଲ ସ୍କାନର ରଖିବାକୁ ନିର୍ଦେଶ ଦିଆଯାଇଛି । ସ୍କୁଲ ପ୍ରବେଶ ପୂର୍ବରୁ ତାପମାତ୍ରା ନିହାତି ଯାଂଚ ହେବେ । ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଗେଟର ପ୍ରସ୍ତାବ ଦିଆଯାଇଛି । ୫୦ ପ୍ରତିଶତ ଶିକ୍ଷକ ଓ ୫୦ ପ୍ରତିଶତ ଅଣଶିକ୍ଷକ ସ୍କୁଲରେ ଉପସ୍ଥିତ ରହିବେ ।