ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭାଙ୍କୁ ମିଳିଲା ଦୁଷ୍କର୍ମ ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ କରିବ‌ାର ଧମକ ଦିଆଯାଇଛି। ସୋସିଆଲ ମିଡିଆରେ ମାଧ୍ୟମରେ ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କୁ ଏହି ଧମକ ମିଳିଥିବା ଜଣାପଡ଼ିଛି। ସିଏସକେ କୋଲକାତା ନାଇଟ୍ ରାଇଡର୍ସ(କେକେଆର)ଠାରୁ ଆଇପିଏଲ ମ୍ୟ‌ାଚ ହାରିବା ପରେ ଧୋନିଙ୍କ ଝିଅଙ୍କୁ ଏଭଳି ଧମକ ମିଳିବା ଆରମ୍ଭ ହୋଇଛି। ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀଙ୍କୁ ଇନଷ୍ଟାଗ୍ରାମରୁ ଏଭଳି ଧମକ ମିଳୁଛି।

ଏହି ଖବରଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ନିନ୍ଦା କରିଛନ୍ତି। ଧମକ ମିଳୁଥିବା ଆକାଉଣ୍ଟଗୁଡ଼ିକ ନାବାଳିକା ଏବଂ ମହିଳାମାନଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିବା ପାଇଁ ବ୍ୟବହାର କରାଯାଉଥିବା ଜଣା ପଡ଼ିଛି।

Leave A Reply

Your email address will not be published.

seven + fifteen =