ପ୍ରେମିକାକୁ କିରାସିନ ଢାଳି ଜାଳି ଦେଲା ପ୍ରେମିକ


ଭୁବନେଶ୍ୱର- ୪ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ କିରାସିନ ଢାଳି ଜାଲି ଦେଲା ପ୍ରମିକ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତଳସରା ଥାନା ପୋଲିସ ମୃତ ଦେହ ଜବତ କରିଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗୋ ଅଂଚଳରେ । ମୃତକ ନାବାଳିକାଙ୍କ ନାଁ ସଂଜୁ । ତାଙ୍କ ବାପା କହିବା ମୁତାବକ ସବଡେଗାର ଟୁଙ୍ଗରିପଡାର ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ବିବାହିତ ଯୁବକ ସଂଜୁଙ୍କୁ ପ୍ରେମ ଜାଲ୍ଲରେ ଫଶାଇ ଗର୍ଭବତୀ କରିଥିଲେ । ଗତକାଲି କୌଣସି କାରଣକୁ ନେଇ ଶ୍ରୀକାନ୍ତ ଉତକ୍ଷିପ୍ତ ହୋଇ ସଂଜୁଙ୍କ ଦେହରେ କିରାସିନ ଢାଳି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଗାଁରେ ଉତେଜନା ଲାଗି ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

twenty + eleven =