ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ । ସିବିଆଇ ଅଫିସ ଆଗରେ ଭାଷଣ ଦେଉଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ । ଭାଷଣ ଦେଇସାରିଲା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ଛାତିକୁ ଧରି ତଳେ ବସିପଡିଲେ । ତେବେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ସୂଚନାନୁଯାୟୀ , ଉଚ୍ଚ ମଧୁମେୟ ରୋଗରେ ପୀଡିତ ଥିବା ନରସିଂହ ମିଶ୍ର ଏବେ ସୁସ୍ଥ ଅଛନ୍ତି । ସୂଚନାନୁଯାୟୀ , ନରସିଂହ ମିଶ୍ର ବଲାଙ୍ଗିରରୁ ଦିର୍ଘ ସମୟ ଧରି ଯାତ୍ରା କରି ଭୁବନେଶ୍ୱରରେ ପହଂଚିଥିଲେ । ଏହାପରେ ସଙ୍ଗେ ସଙ୍ଗେ ସିବିଆଇ ଅଫିସ ସମ୍ନାରେ ଭାଷଣ ଦେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ।

Leave A Reply

Your email address will not be published.

4 + eighteen =