ନୂଆ ଯୁଗ ପାଇଁ ନୂଆ ମନ୍ତ୍ର: ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ- ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଥିବା ସମୟରେ ଛାତ୍ରଛାତ୍ରୀ ସେହି ଭାଷା ଉପରେ ଅବଗତ ହେଉଛି କି ନାହିଁ ତାହା ଜାଣିବା ନିହାତି ଆବଶ୍ୟକ । ପାଢପଠିବା ସହିତ ଗୋଟିଏ ବିଷୟ ଉପରେ ପଙ୍ଗାନୁପୁଙ୍ଗ ଚିନ୍ତା କରିବା ଦରକାର ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହା ବ୍ୟତିତ ନୂଆ ଯୁଗ ପାଇଁ ନୂଆ ମନ୍ତ୍ରୀ ଦେଇଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି କରିବା, କୌଣସି ବିଷୟରେ ଅନୁସନ୍ଧାନ କରିବା, ଦକ୍ଷ କରାଇବା, ପ୍ରେରଣା କରିବା ଓ ତାଙ୍କୁ ଶ୍ରେଷ୍ଠ କରିବା । ଗତ ଦୁଇ ଦିନ ପୂର୍ବରୁ ଜାତୀୟ ଶିକ୍ଷାନୀତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ କିପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଜଣେ ପିଲା ପାଇଁ ତାର ପ୍ରଥମ ଶିକ୍ଷା ହେଉଛି ତା ଦେଶର ମାତୃ ଭାଷା । କେବଳ ନିଜ ଦେଶର ମାତୃ ଭାଷା ଜାଣିବ ତାହା ନୁହେଁ ବିଭିନ୍ନ ଦେଶର ଭାଷା ସଂପର୍କରେ ଅବଗତ ହେବାକୁ ମୋଦି କହିଛନ୍ତି ।

Leave A Reply

Your email address will not be published.

9 − 1 =