ପ୍ରତି ବର୍ଷ ଅଗଷ୍ଟ ୨୬ ତାରିଖରେ ପାଳନ କରାଯାଉଛି ଶ୍ୱାନ ଦିବସ । କୁକୁର କେଉଁ ପ୍ରାଚୀନ କାଳରୁ ମଣିଷର ବନ୍ଧୁ ହୋଇସାରିଛି । ମଣିଷ ଦ୍ୱାରା ପୋଷ୍ୟ ହୋଇଥିବା ଏହା ପ୍ରଥମ ଜୀବ କୁହାଯାଉଛି । କୁକୁର ସହ ମଣିଷର ସମ୍ପର୍କ ପ୍ରାୟ ୩୦ ହଜାର ବର୍ଷ ପୁରୁଣା । ମଣିଷ ପାଇଁ ଏହା ସବୁଠାରୁ ବିଶ୍ୱସ୍ତ ଏବଂ ସାହାର୍ଯ୍ୟକାରୀ ପ୍ରାଣୀ । ସଂପ୍ରତି ବିଶ୍ୱରେ କୁକରଙ୍କ ସଂଖ୍ୟା ଶହେ କୋଟିରୁ ଅଧିକ । କୁକୁରର ଘ୍ରାଣ ଶକ୍ତି ମଣିଷଠାରୁ ଦଶ ହଜାର ଗୁଣ ଅଧିକ । କୁକୁର ଏକ ମାତ୍ର ପ୍ରାଣୀ ଯିଏ ମଣିଷ ଅଖିର ଇସାରା ବାରିପାରେ । ସ୍ୱିନରଲାଣ୍ଡରେ କୁକର ମାଂସ ପାଇଁ ଦୈନିକ ୩୦ ହଜାର କୁକର ମରାଯାଏ । ‘ଟାଇଟାନିକ୍’ ଜାହାଜରେ ମୋଟ ୧୨ଟି କୁକୁର ଯାତ୍ରା କରୁଥିଲେ । ଜାହାଜ ବୁଡିବା ସହ ସେଥିରୁ ୯ଟି କୁକୁର ମରିଯାଇଥିଲେ । ସେହିଭଳି ଆମେରିକା ଅନ୍ତର୍ଗତ ଦକ୍ଷିଣ କାରୋଲିନାରେ କୁକୁରକୁ ବାଡେଇବା ଏକ ଦଣ୍ଡନିୟ ଅପରାଧ ବୋଲି ମନାଯାଏ । ତେବେ ଦେଖିବାକୁ ଗଲେ ବିଶ୍ୱରେ ପ୍ରାୟ ୩ଶହ ପ୍ରଜାତିର କୁକୁର ଦେଖିବାକୁ ମିଳନ୍ତି । ଚିହୁଆହୁଆ ଆକାରର ସବୁଠାରୁ ଛୋଟ ଓ ଗ୍ରେଟ୍ ଡେନ୍ ଆକାରର ସବୁଠାରୁ ବଡ କୁକୁର ଶୀଘ୍ର ମରନ୍ତି ବୋଲି କୁହାଯାଏ । ଚକଲେଟ୍ ଏହି ପ୍ରାଣୀଙ୍କ ପାଇଁ ବିଶ ସଦୃଶ ହୋଇଥାଏ ।