ନିଟ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ରାଜ୍ୟ ସରକାର


ଭୁବନେଶ୍ୱର- ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ନିଟ ପରୀକ୍ଷା । ୭ଟି ସହାରର ୮୩ଟି କେନ୍ଦ୍ରରେ ଏହି ପାରୀକ୍ଷା କରାଯିବ । ମୋଟ ୩୭,୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସକାଳ ୧୧ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନିଷ୍ପତି ନେଇଛନ୍ତି । ବସ ଯୋଗେ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ଠାରୁ ବସ୍ ଫି ଆଦାୟ ନକରିବା ପାଇଁ ନିର୍ଦେଶ ଦିଆଯାଇଛି । ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରୋନର ବ୍ୟବସ୍ଥା କରାଯାଇଛି । ଏହି ଟ୍ରୋନ ଖରିଆର ରୋଡରୁ ସମ୍ବଲପୁର ଭାୟା ଟିଟିଲାଗଡ, ରାୟଗଡାରୁ ସମ୍ବଲୁପର, ଭଦ୍ରକରୁ ଭୁବନେଶ୍ୱର ଭାୟା କଟକ ଓ କେନ୍ଦୁଝରରୁ ଭୁବନେଶ୍ୱର ଭାୟା କଟକ କୁ ଆସିବ । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରର ୫ଟି ଇଂଜିନିୟରିଂଙ୍ଗ କଲେଜକୁ ଚୟନ କରାଯାଇଛି । ପରୀକ୍ଷା କେନ୍ଦ୍ରରେ କୋଭିଡ ନିୟମକୁ ମାନିବା ସହ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତା ମୂଳକ କରାଯାଇଛି ।

Leave A Reply

Your email address will not be published.

two + 4 =