ନୂଆଦିଲ୍ଲୀ: ଦେଶରେ ୭୮ ହଜାର ୫୨୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୭୧ ଜଣଙ୍କର ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬ରେ ପହଞ୍ଚିଛି। ୯ ଲକ୍ଷ ୨ ହଜାର ୪୨୫ ସକ୍ରିୟ ମାମଲା ରହିଛି। ୫୮ ଲକ୍ଷ ୨୭ ହଜାର ୭୦୫ ଜଣ କରୋନାରୁ ସୁସ୍ଥ ହେଲେଣି। ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫ ହଜାର ୫୨୬ରେ ପହଞ୍ଚିଛି।