ଭୁବନେଶ୍ୱର- ଅନଲକ-୪ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । କେଉଁଠାରେ କଟକଣା ବଳବତର ରହିବ ଓ କେଉଁଠାରେ ରହିବ ନାହିଁ ତାହା ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ କେବଳ କଂଟେନମେଂଟ ଜୋନ ଭିତରରେ ଲକଟାଉନ କଟକଣା ବଳବତର ରହିବ, ଓ କଂଟେନମେଂଟ ଜୋନ ବାହାରେ ଲକଡାଉନ ହେବନାହିଁ ବୋଲି ରାଜ୍ୟସରକାର କହିଛନ୍ତି । ସେହିପରି ସପ୍ତାହନ୍ତ ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଉଠାଇ ଦିଆଯାଇଛି । କିନ୍ତୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୀତିକ, କ୍ରୀଡା, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟବନ୍ଦ ରହିବ । ଅଧିକ ସଂଖ୍ୟକ ଲୋକଙ୍କ ସମାବେଶ ଉପରେ କଟକଣା ଜାରି କରାଯାଇଛି । ପୂର୍ବପରି ସିନେମା ହଲ, ସୁଇମିଂ ପୁଲ, ଏଂଟରଟେନମେଂଟ କମ୍ପେଲକ୍ସ, ଥିଏଟର, ଅଡିଟୋରିୟମ ଆଦି ବନ୍ଦ ରହିବ । ସେପ୍ଟେମ୍ବର ୨୧ ତାରିଖରେ ମୁକ୍ତାକାଶ ଥିଏଟର ନିର୍ଦ୍ଧାରିତ ସଂଖ୍ୟକ ଲୋକଙ୍କୁ ନେଇ ଖେଲଯିବ । ଆଜିଠାରୁ ରାଜ୍ୟ ଭିତରରେ ଓ ରାଜ୍ୟରେ ସମସ୍ତ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ । ଗାଡି ଚାଳାଚଳ କରିବା ପାଇଁ କୌଣସି ଅନୁମତିର ଆବଶ୍ୟକ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।