ନେଟ୍ ଓ ଜେଇମେନ ପରୀକ୍ଷା ବାତିଲ ପାଇଁ କେନ୍ଦ୍ରରେ ମମତା ବାନାର୍ଜିଙ୍କ ନିବେଦନ


ନୂଆଦିଲ୍ଲୀ- କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନେଟ ଓ ଜେଇମେନ ପରୀକ୍ଷା ବାତିଲ କରିବା ପାଇଁ କେନ୍ଦ୍ରକୁ ନିବେଦନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି ଏଭଳି ପରିସ୍ଥିତିରେ ପରୀକ୍ଷା କରାଯାଏ ତେବେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା କରାଯିବ ବୋଲି ମମତା କହିଛନ୍ତି । ପୂର୍ବରୁ ନେଟ ଓ ଜେଇମେନ ପାଇଁ ତାରିଖ ସ୍ଥିର ସରିଥିଲା । ନେଟ ପରୀକ୍ଷା ସେପ୍ଟେମ୍ବର ୧୩ ଓ ଜେଇମେନ ସେପ୍ଟେମ୍ବର ୧ରୁ ୬ ଭିତରେ ହୋଇଥିନ୍ତା । କରୋନା ମହାମାରୀ ପରିସ୍ଥିତିରେ ୟୁଜିସି ପରୀକ୍ଷା ବାତିଲ କରିବାକୁ ପୂର୍ବରୁ ମମତା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ରାହୁଲ ଗାନ୍ଧୀ ମଧ୍ୟ ନେଟ ଓ ଜେଇମେନ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ରରେ ନିବେଦନ କରିଥିଲେ । ଏଭଳି ସମୟରେ ପରୀକ୍ଷା ନଦେବା ପାଇଁ ଛାତ୍ରଛାତ୍ରୀ ଆଗ୍ରହ୍ୟ ପ୍ରକାଶ କରୁନାହାନ୍ତି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ପରୀକ୍ଷା ବାତିଲ କରିବାକୁ କହିଥିଲେ ।

Leave A Reply

Your email address will not be published.

8 + 10 =