ଜୁଲାଇ ପହିଲାରୁ ବିପିୟୁଟି ଓ ଭିସୁଟରେ ଅନଲାଇନ ପରୀକ୍ଷା

ଭୁବନେଶ୍ୱର-ଜୁଲାଇ ପ୍ରଥମ ସପ୍ତାହରୁ ବିପୁୟୁଟି ଓ ଭିସୁଟର ଶେଷ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରାଯିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକ ଦୁଇ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସୂଚନା ଦେଇଛନ୍ତି । ଅନଲାଇନ ପରୀକ୍ଷା ସହ ଓପନ ବୁକ୍ ପଦ୍ଧତିରେ ବିଶ୍ୱବିଦ୍ୟାଳୟ ପରୀକ୍ଷା କରିବେ । ତେବେ ଗ୍ରାମାଚଂଳ ତଥା ଉପାନ୍ତ ଅଂଚଳ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଛାତ୍ରଛାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ଘରଠାରୁ ନିକଟସ୍ଥ ସରକାରୀ ଆଇଟିଆଇ/ ପଲିଟେକନିକ୍ସ, ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ଟେକ୍ନିକାଲ/ ପ୍ରଫେସନାଲ ଶିକ୍ଷାନୁଷ୍ଠାନର ବ୍ରଡବ୍ୟାଣ୍ଡ/ କମ୍ପୁ୍ୟଟର ବ୍ୟବହାର କରି ପରୀକ୍ଷା ଦେବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀ ମାନେ ଅନଲାଇନ ପାରୀକ୍ଷାରୁ ବଂଚିତ ହେବେ ସେମାନେ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ତେବେ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକଶ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

9 + eleven =