ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ


ଭୁବନେଶ୍ୱର- ମୃତ ବ୍ୟକ୍ତିଙ୍କର ହେବନି କରୋନା ଟେଷ୍ଟ । ଦୁଇଟି କାରଣ ଦର୍ଶାଇ ମୃତ ବ୍ୟକ୍ତିଙ୍କ କରୋନା ଟେଷ୍ଟ ନ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ପ୍ରଥମତଃ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ବିଳମ୍ବକୁ ଏଡାଇ ହେବ ଓ ଦ୍ୱିତୀୟରେ ମୃତକଙ୍କ ପରିବାର ଲୋକଙ୍କୁ ହଇରାଣ ହେବାକୁ ପଡିବନି । ଏତଦ ବ୍ୟତିତ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଂଟା ଭିତରେ ସ୍ୱାସ୍ଥ୍ୟ ନିର୍ଦେଶାଳୟରେ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ଏଥିସହ ରୋଗୀଙ୍କ ବେଡହେଡ, ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ, କୋଭିଡ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । କରୋନାରେ ପ୍ରାଣ ହରାଉଥିବା ରୋଗୀଙ୍କ କାରଣ କଣ ଥାଇପାରେ ତାହା ରାଜ୍ୟ ସ୍ତରରେ ଅଡିଟ କରାଯିବ । ଆଡମିଶନ ସମୟରେ ରୋଗୀଙ୍କର ପୂର୍ବରୁ ଥିବା ସମସ୍ତ ରୋଗ ଓ ଲକ୍ଷଣକୁ ରେକର୍ଡ କରିବାକୁ ସମସ୍ତ ଡାକ୍ତରଖାନା ଗୁଡିକୁ ନିର୍ଦେଶ ଦିଆଯିବା ସହିତ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାମ ଓ ତାଙ୍କ ଯୋଗାଯୋଗ ନମ୍ବର ଦେବାକୁ କୁହାଯାଇଛି ।

Leave A Reply

Your email address will not be published.

seventeen − four =