ଘୁଂଚିଲା ଓଜେଇଇ ଅନଲାଇନ ପରୀକ୍ଷା


ଭୁବନେଶ୍ୱର- କରୋନା ପାଇଁ ଘୁଂଚିଲା ଓଜେଇଇ ଅନଲାଇନ ପରୀକ୍ଷା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ସେପ୍ଟମ୍ବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବା ପାଇଁ ତାରିଖ ଧାର୍ଯ୍ୟ ସରିଥିଲା । ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । କିନ୍ତୁ ମହାମରୀ କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ପରୀକ୍ଷା ଘୁଂଚାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛି । ଆସନ୍ତା ମାସରେ ଏହି ପରୀକ୍ଷା ହେବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.

5 × two =