ଭୁବନେଶ୍ୱର- ପାରାଦୀପରେ ନିର୍ମିତ ପିଏଡିସିର ଆଜି ଶୁଭ ଉଦଘାଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦଘାଟନ କରିବେ । ଓଡିଶା ଏବଂ ଭାରତର ପୂର୍ବର୍ ଭାଗରେ ପଲିମ ଶିଳ୍ପର ବିକାଶକୁ ପ୍ରୋତ୍ସାହନ ପାଇଁ ପାରାଦୀପ ଠାରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନଗାର ଏବଂ ପେଟ୍ରୋକେମିକାଲ କଂପ୍ଲେକ୍ସ ସହିତ ୪୩ କୋଟି ଟଙ୍କାର ପିଏଡିସି ପ୍ରତିଷ୍ଠା କରାଯାଇଛି । ୫ ଏକର ଜମି ଓ ୩୩୩୪ ବର୍ଗ ମିଟର ବିଶିଷ୍ଟ କ୍ଷେତ୍ରରେ ଏହା ନିର୍ମାଣ କରାଯାଇଛି । ଏହି ବୈଷୟିକ କେନ୍ଦ୍ର ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ୱିତୀୟ । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଏବଂ ପଲିମର ଆମଦାନୀକୁ ହ୍ରାସ କରିବାରେ ସହାୟକ ହେବ ବୋଲି କୁହାଯାଉଛି ।