ନୂଆଦିଲ୍ଲୀ- ଭାରତରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଲକଡାଉନ ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାରକୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ୩୩୪୮୨୨ ସୁସ୍ଥ ହୋଇଥିବା ବେଳେ ୨୧୫୧୨୫ ଆକଟିଭ କେସ୍ ରହିଛି । ବର୍ତମାନ ସୁଦ୍ଧା ୧୬୮୯୩ ଜଣଙ୍କ ମୃତ୍ୟୁ ହୋଇଛି ।