ଅନଲାଇନ କ୍ଳାସ ପାଇଁ ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ- ଅନଲାଇନ କ୍ଳାସ ପାଇଁ ଏମଏଚଆରଡି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ପ୍ରଗ୍ୟାତା ନାମକ ଏହି ନୂତନ ଗାଇଡଲାଇନରେ ପ୍ରାକ ପ୍ରାଥମିକ ଶେଣ୍ରୀର ପିଲାଙ୍କ ପାଇଁ ଗୋଟିଏ ଦିନରେ ଅନଲାଇନ କ୍ଳାସର ଅବଧି ୩୦ ମିନିଟରୁ ଅଧିକ ନ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୫ ମିନିଟ ଅବଧି ବିଶିଷ୍ଟ ଦୁଇଟି ଅନଲାଇନ ସେସନ ଓ ନବମରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ୩୦ରୁ ୪୫ ମିନିଟ ଭିତରେ ୪ଟି ଅନଲାଇନ ସେସନ କରାଯିବାକୁ ଗାଇଡଲାଇନ ଜାରି କରାଯାଇଛି । ପ୍ରାକ ପ୍ରାଥମିକ ପିଲାଙ୍କ ପାଇଁ ସେମାନଙ୍କ ପିତାମାତାଙ୍କ ସହ ଆଲୋଚନାର ସୁବିଧା ରହିବ । ସେହିପରି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏନସିଇଆରଟି ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଅନୁସରଣ କରିବାକୁ ପଡିବ । ଏତଦ୍ ବ୍ୟତିତ ମୁହଁଠାରୁ ଏକ ଫୁଟ ଦୂରରେ ମୋବାଇଲ ରଖିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

20 − fourteen =