ନୂଆଦିଲ୍ଲୀ- ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ତେବେ ଆଜି ରାଜ୍ୟସଭାରେ ୫ଟି ବିଲ ପାରତି ହେବାପରେ ସଂସଦକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ । ଆଜି ଅପରାହ୍ନ ୩ଟା ପରିବର୍ତେ ନିମ୍ନ ଗୃହର ବୈଠକ ସଂନ୍ଧ୍ୟା ୬ଟାରେ ଆରମ୍ଭ ହେବ ବୋଲି ଲୋକସଭା ବଚସ୍ପତି ଓମ ବିର୍ଲା କହିଛନ୍ତି । ଏହା ପରେ ଗୃହ କାର୍ଯ୍ୟ ବନ୍ଦ ରହିବ । ରଜ୍ୟସଭାର ଆଠ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେଲେ ବିରୋଧୀ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ବୟକଟ କରିବେ ବୋଲି କହିଛନ୍ତି । ଅପରପକ୍ଷରେ ସଂସଦ ଆରମ୍ଭ ହେବାପରେ ସାଂସଦ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଆଜି ସୁଦ୍ଧା ୩୦ ସାଂସଦ କରୋନା ସଂକ୍ରମିତ ବୋଲି ଜଣାପଡିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ସଂସଦ ଆଗୁଆ ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିଲା ।