ସଂସ୍କୃତି ଓ ଉଚ୍ଚକୋଟରୀର କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଗ୍ୱାଲିୟର କିଲ୍ଲା

କିଲ୍ଲା ଓ ବଡ଼ ବଡ଼ ମହଲ ଗୁଡ଼ିକୁ ଦେଖିବା ପାଇଁ ବହୁ ଲୋକଙ୍କୁ ଖୁବ ଭଲ ଲାଗେ। ଏହି କାରଣରୁ କିଲ୍ଲା ଓ ମହଲ ଦେଖିବା ପାଇଁ ସଉକ ରଖିଥିବା ପର୍ଯ୍ୟଟକମାନେ ରାଜସ୍ଥାନ ଓ ମହାରାଷ୍ଟ୍ର ବ୍ୟତୀତ ମଧ୍ୟପ୍ରଦେଶର ଗ୍ୱାଲିୟର କିଲ୍ଲା ଯାଇ ମଧ୍ୟ ସେଠାରେ ଭାରତର ସଂସ୍କୃତି ଓ ଉଚ୍ଚକୋଟରୀର କାରୁକାର୍ଯ୍ୟ ଦେଖି ପାରିବେ। ଗୋପାଞ୍ଚଳ ପର୍ବତରେ ନିର୍ମିତ ଗ୍ୱାଲିୟର କିଲ୍ଲା ଏହି ସହରର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଏହାସହ ଏହା ଦେଶର ସବୁଠାରୁ ବୃହତ୍ତ କିଲ୍ଲା ମାନଙ୍କ ମଧ୍ୟରୁ ଗୋଟିଏ। ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି କିଲ୍ଲା ସଂସ୍କୃତି ଓ ବୈଭର ପରିଚୟ ପ୍ରଦାନ କରିଥାଏ। କିଲ୍ଲା ଦୁଇ ଭାଗରେ ଭାଗ ହୋଇଛି। ଗୋଟିଏ ହେଉଛି ମାନ ମନ୍ଦିର ପ୍ରାସାଦ ଓ ଅନ୍ୟଟି ଗୁଜରୀ ପ୍ରାସାଦ। ଯାହା ବର୍ତ୍ତମାନ ମ୍ୟୁଜିୟମ ପାଲଟିଛି। କିଲ୍ଲାରେ ହେଉଥିବା ବିଭିନ୍ନ ଉତ୍ସବ ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରିଥାଏ।
କିଲ୍ଲାର ଗଠନ –
ବିଶାଳକାୟ ଗ୍ୱାଲିୟର କିଲ୍ଲା ବଲୁଆ ପଥରର ପାହାଡ଼ରେ ନିର୍ମିତ ମଇଦାନ କ୍ଷେତ୍ର ଠାରୁ ୧୦୦ ମିଟର ଉଚ୍ଚରେ ଅବସ୍ଥିତ। କିଲ୍ଲାରେ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତା ଅଛି। ପ୍ରଥମଟି ଗ୍ୱାଲିୟର ଦରଜା ଦ୍ୱିତୀୟଟି ଉରବାଇ ଦରଜା। କିଲ୍ଲାର ବାହାର ଦରଜା ୨ମିଟର ଲମ୍ବ ଏବଂ ଚଉଡ଼ା ୧ କିମି ଠାରୁ ୨୦୦ ମିଟର ପର୍ଯ୍ୟନ୍ତ। ପାହାଡ଼ ପର୍ୟ୍ୟନ୍ତ ଯିବା ପାଇଁ ରାସ୍ତା ଏତେ ସୁନ୍ଦର ଯେ, ଏହାକୁ ଦେଖି ସୌନ୍ଦର୍ଯ୍ୟର ପ୍ରକୃତ ବାସ୍ତବତା ଅନୁଭବ ହୋଇଥାଏ। ଏହାର ବାସ୍ତୁକଳା ମଧ୍ୟ ବିସ୍ମୟକର। କିଲ୍ଲାର ମୁଖ୍ୟଦ୍ୱାର ହାତୀ ପୁଲ ନାମରେ ଜଣାଶୁଣା। ଏଭଳି କିଲ୍ଲାରେ ବହୁ ସୁନ୍ଦରତା ଭରା ଦୃଶ୍ୟ ରହିଛି। ପ୍ରତିବର୍ଷ ଏଠାରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।
ଗମନାଗମନ ଦୃଷ୍ଟିରୁ ସହର ଠାରୁ ୮ କିମି ଦୂରରେ ବିମାନବନ୍ଦର ରହିଛି। ସେଠାରୁ ଆପଣ ଟ୍ୟାକ୍ସିରେ ଯାଇପାରିବେ। ଏହାଛଡ଼ା ଦିଲ୍ଲୀ, ମୁମ୍ବଇ, ଅଜମେର, ଜବଲପୁର, ଭୋପାଲ, ବାରାଣସୀ ଠାରୁ ଗ୍ୱାଲିୟର ପର୍ୟ୍ୟନ୍ତ ଯିବା ପାଇଁ ଟ୍ରେନ ରହିଛି। ଷ୍ଟେସନରୁ ଆପଣ ଟ୍ୟାକ୍ସି ମାଧ୍ୟମରେ ଯାଇପାରିବେ।

Leave A Reply

Your email address will not be published.

15 + 6 =