୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକ


ନୂଅଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ତେଣୁ କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଆଜି ଅପରାହ୍ନ ୫ଟାରେ ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଦେଶରେ କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ହେଉଥିବା ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିବେ । ୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ ହେଉଛି ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ ରହିଛି । ଏହି ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମାାନଙ୍କରେ ୬୩ ପ୍ରତିଶତ ସକ୍ରିୟ ମାମଲା ରହିଛି । ତେଣୁ କେଉଁ ରାଜ୍ୟର ସ୍ଥିତି କଣ ରହିଛି ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିବେ ।

Leave A Reply

Your email address will not be published.

17 + six =