ଭୁବନେଶ୍ୱର- ୨୦୧୯ ମସିହାରେ ସାଲିଆ ସାହିର ରିଙ୍କୁ ସ୍ୱାଇଁଙ୍କୁ ହତ୍ୟା କରି ଫେରାରଥିବା ଅପରାଧୀ ଶୋଭରାଜ ମହାରଣା ସମେତ ୫ ଜଣଙ୍କୁ ଗିରିଫ କରିଛି ନୟାପଲ୍ଲୀ ପୋଲିସ । ସେମାନଙ୍କ ଠାରୁ  ଏୟାର ଗନ ଓ  ମୋଟରସାଇକଲ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ସାଲିଆ ସାହିରେ ଥିବା ସୁନାମି କ୍ଳବର ସଦସ୍ୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଗତ ଜୁନ ୨ ତାରିଖରେ ରିଙ୍କୁ ସ୍ୱାଇଁ ଉପରକୁ ବୋମାମାଡ ହୋଇଥିଲା । ଗରୁତରେ ଅବସ୍ଥାରେ ତାଙ୍କୁ  କଟକ ବଡ ମେଡିକାଲରେ  ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୦ ଜଣ ସାମିଲ ଥିଲେ । ପୋଲିସ ଘଟଣା ସ୍ଥଳରୁ   ୩ ଜଣଙ୍କୁ ଗିରିଫ କରିଥିବା ବେଳେ ଅନ୍ୟ ସମସ୍ତେ ଫେରାର ଥିଲେ ।  ଅପରାଧୀ ଶୋଭରାଜଙ୍କ ବହୁତ  ଅପରାଧ ,ହତ୍ୟା ଓ ଲୁଟପାଟରେ ହାତ ରହିଛି ।