ପୋଲିସକୁ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ


କଟକ- ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ଘରୋଇ ହିଂସା ମାମଲା ନୂଆ ମୋଡ ନେଉଛି । ଏବେ ବର୍ଷା ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି । ପୁରୀଘାଟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଗତକାଲି ବର୍ଷା ଖାଉଥିବା ସମୟରେ ଦୁଇ ଜଣ ଅଜଣା ପୁରୁଷ ତାଙ୍କ ବେଡରୁମରେ ପଶି ତାଙ୍କ ଫଟୋ ଉଠାଇଥଲେ । ହଠାତ୍ ଅଜଣା ପରୁଷ ଘରେ ପଶି ଫଟୋ ଉଠାଇବାକୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ୧୦୦କୁ ଡାଏଲ କରି ସହାୟତା ଲୋଡିଥିଲେ । ଏପରିକି ଅନୁଭବଙ୍କ ଘରେ ପଂହଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ । ବର୍ଷାଙ୍କ ସୁରକ୍ଷା ପାଇଁ ଜଣେ ମହିଳା କନେଷ୍ଟବଳ ମୁତୟନ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

three + 6 =