କଟକ- କରୋନା ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ କଟକ ମହାନଗର ନିଗମ ପକ୍ଷରୁ ଲାଗୁ କରାଯାଇଥିବା ସଟ୍ଡାଉନ୍ କଟକଣାକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଶନିବାର ଓ ରବିବାର ସମଗ୍ର ଜିଲ୍ଲାରେ ସଟ୍ଡାଉନ୍ ଥିବାରୁ ଏହି କଟକଣା ରବିବାର ଅର୍ଥାତ୍ ୧୨ ଜୁଲାଇ ପର୍ଯ୍ୟନ୍ତ ବଢିଯିବା ସ୍ପଷ୍ଟ ହୋଇଛି ।ମହାନଗର ନିଗମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଶହ ଟପିଥିବା ବେଳେ ସଂକ୍ରମଣ ବ୍ୟାପିବା ଉପରେ ରୋକ ଲଗାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଏହି ସମୟରେ ସହରର ସାଧାରଣ ଲୋକଙ୍କ ଚଳ୍ରଚଳ ଉପରେ କଟକଣା ଲଗାଯାଇଛି । ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟ ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣାକୁ ଛାଡି ସହରବାସୀଙ୍କୁ ଗରୁ ବାହାରିବାକୁ ମନା କରାଯାଉଛି । ତେବେ ସଟ୍ଡାଉନ ସମୟରେ ପେଟ୍ରୋଲ ପମ୍ପ,ଗ୍ୟାସ ଓ ଟେଲିକମ ସେବା ଚାଲୁ ରହିବ ।